Follow Us on Our Social Media
ओडिशा
Trending

୨୧ ମାସ ହେଲା ଦରମାକୁ ଅପେକ୍ଷା, ୭ ହାଇସ୍କୁଲର ରାତ୍ରି ଜଗୁଆଳି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

Follow Us on Our Social Media

ନୂଆପଡ଼ା। ଜିଲ୍ଲାର ୭ଟି ହାଇସ୍କୁଲରେ ନିୟୋଜିତ ରାତ୍ରି ଜଗୁଆଳିଙ୍କୁ ଗତ ୨୧ ମାସ ଧରି ପାରିଶ୍ରମିକ ମିଳିନଥିବା ଅଭିଯୋଗ ହୋଇଛି। ଦୀର୍ଘଦିନ ଧରି ଦରମା ବକେୟା ରହିଥିବାରୁ ଆର୍ଥିକ ସଙ୍କଟରେ ପଡ଼ିଥିବା ଜଗୁଆଳିମାନେ ଏବେ ନୂଆପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଛନ୍ତି।

ବାଦି, ଚନାବେଡ଼ା, କୁଶମାଲ, ଚିନ୍ଦାଗୁଡ଼ା, ସାନମହେଶର, ବିରିଘାଟ ଓ ଖାସବାହାଲ ହାଇସ୍କୁଲରେ କାର୍ଯ୍ୟରତ ରାତ୍ରି ଜଗୁଆଳିଙ୍କ ୨୧ ମାସର ପାରିଶ୍ରମିକ ବକେୟା ରହିଛି। ବିଦ୍ୟାଳୟର ସୁରକ୍ଷା ଦାୟିତ୍ୱ ତୁଲାଇ ଆସୁଥିଲେ ମଧ୍ୟ ଦୀର୍ଘ ସମୟ ଧରି ଦରମା ନମିଳିବାରୁ ଦୈନନ୍ଦିନ ଖର୍ଚ୍ଚ, ପିଲାଙ୍କ ପାଠପଢ଼ା ଓ ଚିକିତ୍ସା ଭଳି ଆବଶ୍ୟକତା ପୂରଣରେ ସମସ୍ୟା ହେଉଥିବା ସେମାନେ କହିଛନ୍ତି।

ରାତ୍ରି ଜଗୁଆଳିଙ୍କ ବର୍ତ୍ତମାନ ମାସିକ ପାରିଶ୍ରମିକ ୧୫,୩୬୦ ଟଙ୍କା ରହିଛି। ପୂର୍ବରୁ ଏହା ୧୦,୯୯୨ ଟଙ୍କା ଥିଲା। ପାରିଶ୍ରମିକ ବୃଦ୍ଧି ପାଇଥିଲେ ମଧ୍ୟ ଦୀର୍ଘ ୨୧ ମାସ ଧରି ଟଙ୍କା ମିଳିନଥିବା ନେଇ ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଜଗୁଆଳିମାନେ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇ ୨୧ ମାସର ବକେୟା ପାରିଶ୍ରମିକ ତୁରନ୍ତ ପ୍ରଦାନ କରିବା ସହ ଆଗାମୀ ଦିନରେ ନିୟମିତ ଦରମା ଦେବାକୁ ଦାବି କରିଛନ୍ତି। ପ୍ରଶାସନ ତୁରନ୍ତ ଏହି ମାମଲାରେ ହସ୍ତକ୍ଷେପ କରି ସମାଧାନ କରିବ ବୋଲି ସେମାନେ ଆଶା ପ୍ରକାଶ କରିଛନ୍ତି।

mahipal sao

वर्ष 2025 में कुशाभाऊ ठाकरे पत्रकारिता एवं जनसंचार विश्वविद्यालय से स्नातक की शिक्षा पूर्ण की। इसके पश्चात पत्रकारिता के… More »

Related Articles

Back to top button